
ଶରଣକୁଳ ତା୨୮/୦୧ (ସତ୍ୟନାରାୟଣ ମିଶ୍ର) ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଗଣତନ୍ତ୍ର ଦିବସ ଉପଲକ୍ଷେ ତାଙ୍କ ନିଜ ଗ୍ରାମ ମଗରବନ୍ଧ ପଞ୍ଚାୟତ ମଗରବନ୍ଧ ଗାଁର ଗୋଡିସାହି ଠାରେ ଥିବା ମା’ ଡ଼ାଳ ଖାଇ

ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣତନ୍ତ୍ର ଦିବସ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଯୁବକ ସଂଘ ଦ୍ୱାରା ଆୟୋଜିତ ଏକ କ୍ରିକେଟ୍ ମ୍ୟାଚକୁ ଉଦ୍ଘାଟନ କରିଥିଲେ।

ଏବଂ ମଗରବନ୍ଧ ପ୍ରାଥମିକ ବିଦ୍ୟାଳୟର ୩୦୦ ଜଣ ଛାତ୍ର ଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ନୟାଗଡ଼ ତ୍ରିନାଥ ଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନୟାଗଡ଼ କଲେଜ ରୋଡରେ ଥିବା ମାନବ ଅଧିକାର କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ସେଠାରେ ଏକତ୍ରିତ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଚାନ୍ଦପୁର ରାମଚଣ୍ଡୀ ମନ୍ଦିରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ବସ୍ତ୍ର ଦାନ କରିଥିଲେ। ତାଙ୍କ ସହ ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟୀ ମିଶ୍ର ଏବଂ ଚଳଚ୍ଚିତ୍ର ଅଭିନେତା ବବି ମିଶ୍ର ଯୋଗ ଦେଇଥିଲେ। ଚାନ୍ଦପୁର ମେଡ଼ିକାଲରେ ରୋଗୀମାନଙ୍କୁ ଶ୍ରୀ ପ୍ରଧାନ ଫଳ ବଣ୍ଟନ କରିଥିଲେ। ଶେଷରେ ମହତପଲା ଗ୍ରାମ ପଞ୍ଚାୟତର ଲକ୍ଷ୍ମୀ ନାରାୟଣ ପୁରରେ ଥିବା ବୃଦ୍ଧାଶ୍ରମକୁ ଯାଇ ୩୦ ଜଣ ଅନ୍ତେବାସୀଙ୍କୁ ବସ୍ତ୍ର ସହ ଖାଦ୍ୟ ପ୍ରଦାନ କରିଥିଲେ।
