
ଶରଣକୁଳ ତା୦୨/୦୨(ଶରଣକୁଳ ହିତୈଷିଣୀ)ଶରଣକୁଳ ନିକଟବର୍ତ୍ତୀ ଡିମିସର ଗ୍ରାମରେ ଗତ ତା୨୮/୦୧/୨୦୨୬ରିଖ ବୁଧବାର ଠାରୁ ଦ୍ବିତୀୟ ବାର୍ଷିକ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗତକାଲି ତା ୦୧/୦୨/୨୦୨୬ରିଖରବିବାରରେ ଉଦ୍ ଯାପିତ ହୋଇ ଯାଇଛି।ପଞ୍ଚଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ସୂର୍ଯ୍ୟପୂଜା, ପୀଠ ପୂଜା, ହୋମ, ପାରାୟଣ ଓ ବାଲ୍ୟଲୀଳା ଆୟୋଜିତ ହେଉଛି। ବୁଧବାରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ କଳସ ଯାତ୍ରାରେ ବାହାରି ବ୍ରାହ୍ମଣ ମାନଙ୍କର ମନ୍ତ୍ରୋଚ୍ଚାରଣ ସହ ନିକଟସ୍ଥ ଦୁଆଣ୍ଟ ନଦୀରୁ ଜଳ ଉତ୍ତୋଳନ କରି ଗ୍ରାମ ପରିକ୍ରମା କରି ଜଗନ୍ନାଥଙ୍କ ମନ୍ଦିର ପରିସରରେ ଥିବା ଭାଗବତ ମଞ୍ଚ ନିକଟକୁ ଆସିଥିଲେ। ତା ପରେ ଅଧିବାସ କାର୍ଯ୍ୟ ହୋଇଥିଲା।

କାର୍ଯ୍ୟକ୍ରମରେ ପଣ୍ଡିତ ବିପିନ ବିହାରୀ ମହାପାତ୍ର, କୁରାଳ, ପଣ୍ଡିତ ନାରାୟଣ ପଣ୍ଡା, ବଡମ୍ବା ନରସିଂହପୁର ଓ ଚାରଣ ଶୁକଦେବ ମହାରଣା, କୁରାଳ ପ୍ରବାଚକ କାର୍ଯ୍ୟ ତୁଲାଇଥିଲା ବେଳେ ମଞ୍ଚ ସଂଚାଳନ କରିଥିଲେ ଚାରଣ ସତ୍ୟନାରାୟଣ କର। ବ୍ୟାସ ରୂପେ ଲେଙ୍କୁଡିପଡା ରାଧାକୃଷ୍ଣ ମଠର ମଠାଧୀଶ କମଳା କାନ୍ତ ଦାସ ମହାରାଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସନାତନ ଦାସ, ଚିଦାନନ୍ଦ ଦାସ ଆଦି ସାଧୁସନ୍ଥ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଡିମିସର ଚାରଣ ଗୋଷ୍ଠୀ ତଥା ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଛନ୍ତି।
