
ଶରଣକୁଳ ତା୦୪/୧୧(ଆ.ପ୍ର) ଚଳିତ ମାସ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ଶରଣକୁଳ ଲଡୁକେଶ ଆଥେଲେଟିକ୍ ଆସୋସିଏସନ୍ ପକ୍ଷରୁ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଦେଶର ବହୁ ନାମୀଦାମୀ ଫୁଟବଲ୍ ଖେଳାଳି ସେମାନଙ୍କ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବେ। ଦେଶର ୮ଟି ଫୁଟବଲ ଦଳ ଏଥିରେ ଅଂଶଗ୍ରହଣ କରିବେ । ନଭେମ୍ବର ୧୬ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନ ଦିବସରେ ଗ୍ରୁପ ଏ’ ର ସି.ୟୁ.ଟି.ଏମ., ଆଫ୍ରିକା ଏକାଦଶ ବନାମ ଉତ୍କଳ ସ୍ପୋର୍ଟିଂ ଜଟଣୀ, ୧୭ ରେ ଡି.ଏମ.ଏସ.ଏଫ., ସିକେପି, ଝାଡ଼ଖଣ୍ଡ ବନାମ ଗଣ୍ଡରପୁର ଏଫ୍.ସି. ଭୁବନେଶ୍ଵର ମଧ୍ୟରେ ସେହିପରି ଗ୍ରୁପ ବି’ ର ଖେଳ ନଭେମ୍ବର ୧୮ରେ ଟାର୍ଜେନ କ୍ଲବ, କଟକ ବନାମ ୟୁନାଇଟେଡ ସ୍ପୋର୍ଟସ କ୍ଳବ ବରଗଡ଼ ୧୯ରେ ସ୍ପୋର୍ଟସ ହଷ୍ଟଲ, ନୟାଗଡ ବନାମ ଏମ.କେ.ଏସ. ସି. ଇକ୍ସର ବିହାର ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

ଏହାପରେ ୨୦ ନଭେମ୍ବରରେ ପ୍ରଥମ ସେମିଫାଇନାଲ୍, ୨୧ରେ ଦ୍ଵିତୀୟ ସେମିଫାଇନାଲ ଫାଇନାଲ ଏବଂ ୨୩ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଆସୋସିଏସନ୍ ଆଗାମୀ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଫିକ୍ସଚର ପ୍ରକାଶ ପାଇଛି। ଖେଳପ୍ରେମୀ ଶରଣକୁଳ ଅଞ୍ଚଳବାସୀ ବହୁସଂଖ୍ୟାରେ ଆସି ଖେଳ ଉପଭୋଗ କରିବାକୁ ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୂରୀ ଅନୁରୋଧ କରିଛନ୍ତି।
