
ଶରଣକୁଳ ତା୦୧/୧୧(ଶ ହି):ପ୍ରସିଦ୍ଧ ଲଡ଼ୁବାବା ପୀଠ ଶରଣକୁଳ ଠାରେ ଭାଗବତ ଆଶ୍ରମ ତରଫରୁ ସପ୍ତଦିନ ବ୍ୟାପୀ ଚତୁର୍ବିଂଶତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବୁଧବାର ଦିନ ନିକଟସ୍ଥ କୁସୁମୀ ନଦୀରୁ ନୂତନ କଳସୀରେ ଗ୍ରାମରଏବଂ ନିକଟବତ୍ତୀର୍ ଗ୍ରାମମାନଙ୍କରୁ ପ୍ରାୟ ଦୁଇଶହମହିଳା ଓ ପୁରୁଷ ଉପବାସ ରହି କଳସରେ ଜଳନେଇ ଲଡ଼ୁବାବାଙ୍କ ସିଂହ ଦ୍ଵାରରେ ନିମିର୍ତ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ଏହି ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ୨୯ତାରିଖରୁ ନଭେମ୍ବର ୦୫ତାରିଖ ପର୍ଯ୍ୟନ୍ତ ଚାଲିବ। ନିକଟବତ୍ତୀର୍ ବ୍ରାହ୍ମଣଶାସନରୁ ପ୍ରତ୍ୟହ ନୈଷ୍ଠିକ ବ୍ରାହ୍ମଣମାନେ ଆସି ଯଜ୍ଞରେ ବେଦପାଠ, ମନ୍ତ୍ରପାଠ ଏବଂ ଘୃତାହୂତି ପ୍ରଦାନ କରିବେ। ରାତି ୭ଟାରୁ ପ୍ରତ୍ୟହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତହେବ। ପଣ୍ଡିତ ସନ୍ତୋଷ ତ୍ରିପାଠୀ ପ୍ରତିଦିନ ସଂସ୍କୃତ ଭାଗବତ ପାରାୟଣ କରିବେ। କଥାକାର ପଣ୍ଡିତ ପ୍ରଦ୍ୟୁମ୍ନ ତ୍ରିପାଠୀ, ପଣ୍ଡିତ ଅଭିମନ୍ୟୁ ବରାଳ, ସୁଶ୍ରୀ ବିଜୟିନୀ ଶତପଥୀ ଓ ହରପ୍ରିୟା ଦାଶ ପ୍ରମୁଖ ପ୍ରବଚନ ପ୍ରଦାନ କରିବେ। ପ୍ରତ୍ୟହ ପାରାୟଣ ପ୍ରବଚନ ସାଙ୍ଗକୁ ଅନ୍ନକୂଟର ବ୍ୟବସ୍ଥା କରାଯାଇଛି। ଆଜି ପଣ୍ଡିତ ପ୍ରଦ୍ୟୁମ୍ନ ତ୍ରିପାଠୀ ଜଡ଼ ଭରତ ଉପାଖ୍ୟାନ, ରହୁରାଣ ସମ୍ବାଦ, ଅଜାମ୍ବିଳ ପ୍ରସଙ୍ଗ ଓ ପ୍ରହଲ୍ଲାଦ ଚରିତ ଉପସ୍ଥାପନ କରିଥିଲେ।
