
ଶରଣକୁଳ ତା୨୮/୦୩()ନୟାଗଡ଼ ଜିଲ୍ଲାରେ ନାହିଁ ଶୀତଳ ଭଣ୍ଡାର। ଯାହା ଫଳରେ ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ଗୋଡ଼ିପଲ୍ଲୀ, ଚଡ଼ୟାପଲ୍ଲୀ ହରିହରପୁର, ଅସୁରଢ଼ିପା ଓ ଶିଖରପୁର ଆଦି ଗ୍ରାମରେ ଟମାଟୋ ଚାଷୀଙ୍କ ସଂସାର ଉଜୁଡ଼ିବା ଉପରେ। ଚଳିତ ବର୍ଷ ଅଞ୍ଚଳରେ ପ୍ରାୟ ୫୦ଏକର ଜମିରେ ଟମାଟୋ ଫସଲ କରି ଚାଷୀମାନେ ସଂସାର ଚଳେଇବା ପାଇଁ ଆଶା ବାନ୍ଧିଥିଲେ। ନୟାଗଡ଼ ଜିଲ୍ଲାର ପରିବା ଝୁଡ଼ି ରୂପେ ପରିଚିତ ଶରଣକୁଳ ଅଞ୍ଚଳର ଗୋଡ଼ିପଲ୍ଲୀ, ହରିହରପୁର, ଚଡ଼ୟାପଲ୍ଲୀ, ଖଳିପାଟଣା ଆଦି ଗ୍ରାମର ଚାଷୀମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଟମାଟ ଚାଷ କରି ସାରା ଜିଲ୍ଲାକୁ ଓ ଜିଲ୍ଲା ବାହାରକୁ ଟମାଟୋ ଯୋଗାଉଥିବା ବେଳେ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। ତେବେ ସେମାନଙ୍କର ଆଶା ଆକାଂକ୍ଷା ଉପରେ ପାଣି ପକାଇ ଦେଇଛି ବର୍ତ୍ତମାନର ଟମାଟ ରେଟ। ଟମାଟ ମାତ୍ର ଦୁଇଟଙ୍କାରେ ବିକା ହେଉଥିବାରୁ ଚାଷୀ ଆଉ ତୋଳିବାକୁ ଜମିକୁ ନ ଯାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜମିକୁ ଗଲେ ସେମାନଙ୍କର ଛାତିଫାଟି ଯାଉଛି ବୋଲି ଗୋଡ଼ିପଲ୍ଲୀର ଚାଷୀ ରବୀନ୍ଦ୍ର କୁମାର ପାଳ, ଭାସ୍କର ସ୍ଵାଇଁ, ବଂଶୀଧର ସ୍ଵାଇଁ, ଜଳନ୍ଧର ସ୍ଵାଇଁ, ଦିଗାମ୍ବର ସ୍ଵାଇଁ, ଦୟାନିଧି ସ୍ଵାଇଁ, ବୀରସ ସ୍ଵାଇଁ, ବୁଲି ପ୍ରଧାନ, ସାଲୁ ରାଉତ, ପରମାନନ୍ଦ ଭୋଳ, ନବୀନ ରାଉତ, ବାବୁ ସ୍ଵାଇଁ, ପ୍ରମୋଦ ସ୍ଵାଇଁ, ମୁନା ରାଉତ, ସନ୍ତୋଷ ରାଉତ, ଟିକି ବେହେରା ଆଦି ଆମ ପ୍ରତିନିଧିଙ୍କ ଆଗରେ ଦୁଃଖର ସହ ପ୍ରକାଶ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀମାନେ ଏହି ଅବସ୍ଥାର ସମ୍ମୁଖିନ ହୋଇଛନ୍ତି। ଧାରକରଜ କରି ଜମି କରକୁ ଆଣି ଉକ୍ତ ଜମିରେ ଅଜସ୍ର ଟଙ୍କା ସହିତ ପରିଶ୍ରମ କରି ଟମାଟୋ ଫସଲ କରିଥିଲେ। ତେବେ ଟମାଟର ରେଟ ଅତିଶୟ ହ୍ରାସ ଯୋଗୁ କେତେକ ଚାଷୀ ଜମିରେ ଗାଈଗୋରୁ ଛାଡ଼ି ଦେଉଥିବା ଦେଖା ଦେଇଛି। ଏ ପରିସ୍ଥିତି ସମ୍ପର୍କରେ ହରିହରପୁର ଗ୍ରାମର କିଶୋର ନାୟକ ଓ ଗୋଡ଼ିପଲ୍ଲୀ ଗ୍ରାମର ଭାସ୍କର ସ୍ବାଇଁଙ୍କୁ ପଚାରିବାରେ ସେମାନେ ହତାଶ ହୋଇ କିପରି ଫସଲ ପାଇଁ କରିଥିବା କରଜ ଟଙ୍କା ପରିଶୋଧ କରି ପରିବାର ପୋଷିବେ ବୋଲି କାନ୍ଦ କାନ୍ଦ ହୋଇ ପ୍ରକାଶ କରିଥିଲେ। ସରକାରଙ୍କ ତରଫରୁ ଶରଣକୁଳରେ ଏକ ଶୀତଳ ଭଣ୍ଡାର ନିମାର୍ଣ କରିବା ସହ ଚାଷୀ ମାନଙ୍କୁ ସହାୟତାର ହାତ ବଢେ଼ଇ ଦେବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
