
ଶରଣକୁଳ, ୨୫/୧୦(ଶ.ହି.)ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡାଲ ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀମଦ ଭଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଚାରକ ଭାବେ ସଂସ୍କୃତ ଶିକ୍ଷକ ସ୍ମୃତି ରଞ୍ଜନ ରାଉତ ଓ ବରିଷ୍ଠ ଶିକ୍ଷକ ଡ଼ ସୁରେଶ ଚନ୍ଦ୍ର ବରାଡ଼ କାର୍ଯ୍ୟ କରିଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ୨୨ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଦଶମ ଶ୍ରେଣୀର ଶୁଭସ୍ମିତା ସାହୁ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ପାଇଥିଲା ବେଳେ ଦଶମ ଶ୍ରେଣୀର ମଲ୍ଲୀ ଓତା, ନବମ ଶ୍ରେଣୀର ଯାଜ୍ଞସେନୀ ମହାରଣା ଓ ସପ୍ତମ ଶ୍ରେଣୀର ତ୍ରିବିକ୍ରମ ପ୍ରଧାନ ସାନ୍ତ୍ୱନା ମୂଳକ ପୁରସ୍କାରର ପାଇଥିଲେ।
