*ଖଦାଳ ପ୍ରଧାନଙ୍କ ଶ୍ରାଦ୍ଧ ଦିବସରେ ଚାରଣ ସତସଙ୍ଗ*

ଶରଣକୁଳ ତା୨୪/୦୯(ବୈକୁଣ୍ଠ ନାଥ ପ୍ରଧାନ)ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁରର ଜଣେ ଜଣାଶୁଣା ବାଦ୍ୟଯନ୍ତ୍ର କଳାକାର, କଣ୍ଠଶିଳ୍ପୀ ତଥା ଚାରଣ ଗୋଷ୍ଠୀର ପ୍ରାକ୍ତନ ସଦସ୍ୟ ଖଦାଳ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ପଞ୍ଚିରିଡା ମାନପୁର ଚାରଣ ଗୋଷ୍ଠୀ ତରଫରୁ ସତସଙ୍ଗ ଆୟୋଜିତ ହୋଇଯାଇଛି। ସନ୍ଧ୍ୟାରେ ଆଖପାଖ ଚାରଣ ଶାଖା ମାନଙ୍କରୁ ୨୦୦ରୁ ଉର୍ଦ୍ଧ୍ବ ଚାରଣ ଏକତ୍ରିତ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ଚନ୍ଦନ ଧୂପ ଦେଇ ପୂଜାର୍ଚ୍ଚନା କରିଥିଲେ। ତା ପରେ ସ୍ବର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ଫୁଲ ଚନ୍ଦନ ଦିଆଯାଇ ବିଷ୍ଣୁ ସହସ୍ରନାମ ସ୍ତୋତ୍ର, ହନୁମାନ ଚାଳିଶା, ଶ୍ରୀମଦ୍ଭାଗବଦ୍ ଗୀତାଙ୍କ ପଞ୍ଚଦଶ ଅଧ୍ୟାୟ ଓ ଜଗନ୍ନାଥ ସ୍ତୁତି ଆଦି ସ୍ୱାଧ୍ୟାୟ ରୂପେ ସମୁହ ପାଠ କରା ଯାଇଥିଲା। ଚାରଣ ବକ୍ତାମାନେ ଖଦାଳ ପ୍ରଧାନଙ୍କ ସ୍ମୁତି ଚାରଣ କରି ତାଙ୍କର ଆତ୍ମାର ସଦଗତି କାମନା କରିଥିଲେ। ଶେଷରେ ପ୍ରସାଦ ସେବନ କରି ଚାରଣ ମାନେ ନିଜନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରି ଥିଲେ।
