
ଶରଣକୁଳ, ୨୪/୯ (ଶ.ହି) :ଶରଣକୁଳ ନିକଟ ଡିମିଶର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସ୍ବଚ୍ଛ ଭାରତ ଅଭିଯାନ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ
ମନ୍ଦିର, ଗ୍ରାମ ଶ୍ମସାନ, ଅଙ୍ଗନବାଡ଼ି କେନ୍ଦ୍ର, ପାର୍ଶ୍ବ ଖୋଲାପଡ଼ିଆ, ରାସ୍ତା ପାର୍ଶ୍ବ ବିଦ୍ୟାଳୟ ଏବଂ ଗ୍ରାମ ପରିସରରେ ଆମ୍ବ, ପଣସ, ବେଲ, ନିମ୍ବ, କରଞ୍ଜ, ଦେବଦାରୁ, ଅଶୋକ, ଶାଗୁଆନ ଆଦି ଆଦି ଏକ ଶତରୁ ଊର୍ଦ୍ଧ୍ବ ବିଭିନ୍ନ ପ୍ରକାରର ଚାରା ରୋପଣ ସହ ସମୂହ ସଫେଇ କରାଯାଇଥିଲା। ଗୋଡ଼ିପଡ଼ା ବିଜେପି ମଣ୍ଡଳ ଅଧୀନ ଡିମିଶର ପଞ୍ଚାୟତ ଯୁବ ନେତୃତ୍ବ ହୃଷିକେଶ ବିଶୋଇଙ୍କ ସହ ପୂର୍ବତନ ସମିତି ସଭ୍ୟ ଶରତ ଚନ୍ଦ୍ର ସେନାପତି ଶକ୍ତି କେନ୍ଦ୍ର ପ୍ରମୁଖ ମଧୁସୂଦନ ଦଳବେହେରା, ସହ ପ୍ରମୁଖ ବିଜୟ ଦଳବେହେରା, ବିଜେପି ଡିମିଶର ସଂଗଠନ ସଭାପତି ବୈଦ୍ୟନାଥ ନାୟକ ଓ ଉପ ସଭାପତି ପଦ୍ମନାଭ ଦୋରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
