
ଶରଣକୁଳ ତା୦୮/୧୦(ଆ.ପ୍ର.)ବିଶ୍ଵ କଲ୍ୟାଣ ଉଦ୍ଦେଶ୍ୟରେ ଭାଗବତ ବାଣୀ ଓ ସତ୍ସଙ୍ଗର କୃପା ଶ୍ରୀ ଜଗନ୍ନାଥ ଚେତନାର ପ୍ରସାର ପ୍ରଚାର ପାଇଁ ଅହରହ ଉଦ୍ୟମ ନିମିତ୍ତ ଶରଣକୁଳ ନିକଟବତ୍ତୀର୍ ସାନଗୋରଡ଼ା ଗ୍ରାମରେ ତ୍ରୟୋବିଂଶ ତମ ଭାଗବତ କଥାମୃତ ଆଜିଠାରୁ ଆରମ୍ଭ ହୋଇଛି। ଗ୍ରାମର ସମସ୍ତ ପୁରୁଷ ଓ ମହିଳା ମାନେ ନିକଟସ୍ଥ କୁସୁମୀ ନଦୀରୁ ନୂତନ କଳସୀରେ ଜଳ ଧରି ଗ୍ରାମର ଲଡ଼ୁକେଶ୍ଵର ମହେଶଙ୍କ ମନ୍ଦିର ପରିସର ମଧ୍ୟରେ ନିମାର୍ଣ ହୋଇଥିବା ଭାଗବତ କଥାମୃତ ଯଜ୍ଞବେଦୀ ସ୍ଥାନକୁ ଆଣି ସ୍ଥାପନା କରିଥିଲେ। ସାନଗୋରଡ଼ା ଚାରଣଗୋଷ୍ଠୀ ଏବଂ ସାନଗୋରଡ଼ା ଗ୍ରାମବାସୀଙ୍କ ପ୍ରଚେଷ୍ଠାରେ ସାତ ଦିନବ୍ୟାପୀ ଏହି ଭାଗବତ କଥାମୃତ ଓ ପାରାୟଣ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଆବାହକ ସତ୍ୟନାରାୟଣ କର ପ୍ରକାଶ କରିଛନ୍ତି। ଏହି କାଯ୍ୟର୍କ୍ରମ ଆଜି ଠାରୁ ଚାଲି ୧୫ ତାରିଖରେ ଉଦ୍ଯାପିତ ହେବ। ବିଜୟ ରାଘବେନ୍ଦ୍ର ଦାସ ମହାରାଜ, ପ.ଜଗନ୍ନାଥ ପଣ୍ଡା ଓ ପ.ଗୋପାଳ ରାଜଗୁରୁ ପ୍ରମୁଖ ଭାଗବତ କଥା ଆଲୋଚନା କରିବେ ବୋଲି ଜଣାଯାଇଛି। ଏତଦବ୍ୟତୀତ ଆନ୍ତଜାର୍ତୀୟ ଚାରଣଗୋଷ୍ଠୀ, ଜଗନ୍ନାଥ ଧାମ ପୁରୀର ସଂପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ଯୁଗ୍ମ ସଂପାଦକ ଡ. ସୁରେଶ ଚନ୍ଦ୍ର ବରାଡ଼, ଜିଲ୍ଲା ସଂଗଠକ ଶୁକଦେବ ମହାରଣା, ରାମକୃଷ୍ଣ ସାହୁ, ଜିଲ୍ଲା ସଂପାଦକ ଡା. ପ୍ରମୋଦ କୁମାର ପାଳ, କଥାମୃତ କାଯ୍ୟର୍କ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।
