
ଆସନ୍ତା ୨ ଦିନ ରାଜ୍ୟରେ ହେବ ପ୍ରବଳ ବର୍ଷା। ଉତ୍ତର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ପରେ ଏଭଳି ଆକଳନ କରିଛି ପାଣିପାଗ ବିଭାଗ।
ଆସନ୍ତା ୨୪ ଘଣ୍ଟା ପାଇଁ ୨୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ୨୭ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଅର୍ଥାତ ପାର୍ବଣ ଆରମ୍ଭରୁ ବର୍ଷା ହେବ, ଆଉ ପୂଜା ସମୟରେ ମିଳିପାରେ ଆଶ୍ବସ୍ତି।
