
ଲୋୟର ପିଏମ୍ଜିରେ ପୋଲିସ ଏବଂ ବିଜେଡି କର୍ମୀ ଓ ନେତା ମୁହାଁମୁହିଁ । ବିଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଉଥିବା ବେଳେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ । ତେବେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ମାଡିଚାଲିଥିଲା ବିଜେଡି ନେତା ଓ କର୍ମୀ । ପୋଲିସ ପକ୍ଷରୁ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଇଛି । ୨ଟି ବ୍ୟାରିକେଡ୍ ଭାଙ୍ଗିବା ପରେ ବାଧ୍ୟ ହୋଇ ପାଣିମାଡ କରିଛି ପୋଲିସ । ପୋଲିସ କିଛି କର୍ମୀ ଏବଂ ନେତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ବିଜେଡିର ବିଧାନସଭା ଘେରାଉ ଉଦ୍ୟମ ଡାକରାରେ ଲୋୟର ପିଏମ୍ଜିରେ ଏକାଠି ହୋଇଛନ୍ତି ନେତା ଓ କର୍ମୀ ।
