
ଯାଜପୁର-ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଜିଲ୍ଲା। ଆଉ ଜିଲ୍ଲାର କୋରେଇ ହେଉଛି ହଟ୍ସିଟ୍। ଏବେ ନୁହେଁ ବରଂ ସତୁରୀ ଦଶକରୁ ହଟ୍ସିଟ୍ ହୋଇରହିଛି କୋରେଇ। ସେଠାରେ ସବୁବେଳେ ହେଭିୱେଟଙ୍କ ଦବଦବା। ଆଉ ଏବେ ପୁଣିଥରେ କୋରେଇକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏଚର୍ଚ୍ଚା ସେବେଠୁ ଆରମ୍ଭ ହୋଇଛି, ଯେବେଠୁ ବିଜେଡି ହେଭିୱେଟ ପ୍ରଣବ ପ୍ରକାଶ ଦାସ ବା ବବି ଦାସ କୋରେଇରେ ବନ୍ଧୁମିଳନ ଆୟୋଜନ କଲେଣି। ଆଉ ବନ୍ଧୁମିଳନରେ ସେ ଏମିତି କଥା କହିଛନ୍ତି, ଯାହା ତାଙ୍କ ରାଜନୈତିକ ବିରୋଧୀ ଆକାଶ ଦାସ ନାୟକଙ୍କୁ ହଜମ ହୋଇନି।
