
ଶରଣକୁଳ ୦୩/୧୦ (ସଂଗ୍ରାମ କେଶରୀ ମହାନ୍ତି ) ଆଜି ଶରଣକୁଳ ନିକଟସ୍ଥ ହରିହରପୁର ଗ୍ରାମ ନିକଟରେ କୁସୁମୀ ନଦୀ ଉପରେ ଥିବା ୨୧ ନମ୍ବର ରାଜ୍ୟ ରାଜ ପଥ ବ୍ରିଜ ଉପରେ ଜମି ରହିଥିବା ମାଟି ଘାସ ଓ ପାଣି ବ୍ରିଜକୁ ଦୁର୍ବଳ କରୁଥିବା ଅନୁଭବ କରି ହରିହରପୁର ଗ୍ରାମରେ ଥିବା ଗ୍ରୀନ କ୍ଳବର ସଦସ୍ୟମାନେ ଏକତ୍ରିତ ହୋଇ ତାହାକୁ ସଫା କରିଥିଲେ। ଏହି ରାସ୍ତାରେ ପ୍ରତ୍ୟହ ବହୁତ୍ ଯାତ୍ରୀବାହୀ ବସ୍ ଏବଂ ସର୍ବସାଧାରଣ ଲୋକ ଯାତାୟାତ କରୁଛନ୍ତି ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ଯିବା ଆସିବା କରୁଛନ୍ତି। ଲଗାଣ ବର୍ଷା ଯୋଗୁଁ ଏହି ବ୍ରିଜ ଉପରେ ଅତ୍ୟଧିକ ପାଣି ଜମା ରହିବା ହେତୁ ସମସ୍ତେ ହଇରାଣ ହେଉଥିଲେ ।

pwd ର ବଡ ବଡ ଅଫିସର ଏବଂ ବଡ ବଡ ରାଜ୍ୟ ନେତା ଏହି ରାସ୍ତାରେ ଯାଉଥିଲେ ମଧ୍ୟ ସେମାନଙ୍କ ନଜର ଏହା ଉପରେ ପାସୁଥିଲେ ବି ନଜର ଅଣଦେଖା କରି ନିଜ କାମ ରେ ଚାଲି ଯାଉଥିଲେ। ଆଜି କ୍ଲବର ସଂଗ୍ରାମ କେଶରୀ ମହାନ୍ତି, ମୁନା ବରାଡ଼, ମଙ୍ଗଳା ନାୟକ, ବାବୁଲା ସ୍ଵାଇଁ , ସୁରେଶ ମହାନ୍ତି, ଦେବରାଜ ସାହୁ , ଲୁଲୁ ଜେନା , କୁନା ବରାଡ, ବାନା ବେହେରା , କୁଲୁ ସାହୁ ଓ ସୋମୁ ମହାରଣା ଆଦି କୋଡି କୋଦାଳ ଧରି ବ୍ରିଜର ଦୁଇ ପାର୍ଶ୍ଵ କୁ ସଫା କରିଥିଲେ। ତେବେ ରାସ୍ତା ଉପରେ ପଲିଥିନ ପକେଇବା ଯୋଗୁ ବ୍ରିଜ କାନ୍ଥରେ ଥିବା କଣାରେ ପାଣି ନା ଯିବାରୁ ଏ ଅସୁବିଧା ହେଉଥିବା ଜାଣିପାରି ସେମାନେ ସମସ୍ତକୁ ଅନୁରୋଧ କରିଛନ୍ତି ଯେ ଯାହା ବି ପଲିଥିନ ବ୍ୟବହାର କରୁଛନ୍ତି ତାକୁ ନିଜ ଘରେ ନେଇ କିମ୍ବା ଯେଉଁ ଦୋକାନ ରୁ ଖାଦ୍ୟ ଖାଉଛନ୍ତି ସେହି ଠାରେ ପଲିଥିନ ପକାନ୍ତୁ ଏପରି ଜାଗା ରେ ପକାଇଲେ ଏଠାରେ ପାଣି ନିଷ୍କାସନ ବନ୍ଦ ହେଇ ଯାଉଅଛି। ଯୁବକ ମାନଙ୍କର ଏ ମହତ କାର୍ଯ୍ୟକୁ ବାଟୋଇମାନେ ସାଧାରଣରେ ବହୁତ ପ୍ରଶଂସା କରୁଥିବା ଦେଖା ଯାଇଛି।

