
ଶରଣକୁଳ ତା୦୧/୧୦(ଆ.ପ୍ର.)ଆଜି ଆଶ୍ଵିନ ମାସ ମହାନବମୀ ତିଥିରେ ଗୋଦାବରୀ ବସନ୍ତିଆଙ୍କ ‘ଆସିଛି ମହାପାର୍ବଣ’ ଭଜନ ଲୋକାର୍ପିତ ହୋଇ ଯାଇଛି। ଶ୍ରୀ ବସନ୍ତିଆଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନିଜେ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, ଉକ୍ତ ଭଜନର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କବି କୁସୁମ ନିରାକାର ସ୍ଵାଇଁ, ବିଶିଷ୍ଟ ସାରସ୍ବତ ସାଧକ ଡ.ସୁରେଶଚନ୍ଦ୍ର ବରାଡ଼, ନୟାଗଡ଼ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ସଂଗୀତ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ତ୍ରିପାଠୀ, ଶିବରାମ ଗାଆଣ ପ୍ରଭୁତି ଯୋଗ ଦେଇଥିଲେ। ମହାପ୍ରଭୁ ଲଡ଼ୁବାବାଙ୍କ ଅପାର କରୁଣାରୁ ଗୀତିକାର ଓ କଣ୍ଠଶିଳ୍ପୀଙ୍କ ସାରସ୍ବତ ଜୀବନ ଅତି ଉଜ୍ଜ୍ଵଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଆଶ୍ଵିନ ମାସର ଏହି ପାର୍ବଣ ଋତୁରେ ଆଦ୍ୟାଶକ୍ତି ମାଆ ଦୁଗାର୍ଙ୍କର ଆଗମନକୁ ଲକ୍ଷ୍ୟ କରି ଲିଖିତ ଏହି ଭଜନଟିକୁ ଶ୍ରୋତାମାନେ ନିଶ୍ଚୟ ପସନ୍ଦ କରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଅତିଥିମାନେ କବି ଓ କଣ୍ଠଶିଳ୍ପୀଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ପ୍ରଭୁ ଲଡ଼ୁବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ।
