
ଶରଣକୁଳ, ୦୧/୧୦(କୁମର ଚନ୍ଦ୍ର ବରାଡ଼) ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଆଜିଏକ ମେଗା ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗ୍ରୀନ କ୍ଳବର ସମ୍ପାଦକ କୁମାର ଚନ୍ଦ୍ର ବରାଡ଼ଙ୍କ ନେତୃତ୍ବରେ ୫୦ରୁ ଅଧିକ ସଭ୍ୟ ସଭ୍ୟା ସକାଳେ ଯାଇ ଗ୍ରାମ ପୁଷ୍କରିଣୀ ହୁଡ଼ାରେ ଉପସ୍ଥିତ ସୋଇଥିଲେ।। ତାହାପରେ “ଏକ ଦିନ, ଏକଘଣ୍ଟା ତଥା ଏକ ସାଥିରେ” ସ୍ଲୋଗାନ ଦିଆ ଯାଇ ଏକ ସାଙ୍ଗରେ ସମସ୍ତେ ପୁଷ୍କରିଣୀ ସଫେଇ କରିଥିଲେ। 
ଏଥିରେ ଅତିଥି ରୂପେ ପରିବେଶବିତ ଡ. ସୁରେଶ ଚନ୍ଦ୍ର ବରାଡ଼ ସାମିଲ ହୋଇଥିବା ବେଳେ କ୍ଳବର ଉପଦେଷ୍ଟା ସୌଦାଗର ନାୟକ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାରଣା, ପହିଲି ଜେନା, ପ୍ରସାଦ ବରାଡ, ଗ୍ରାମ ସଭାପତି ମଙ୍ଗୁଳି ନାୟକ, ସମେତ ଅନେକ ଗ୍ରାମବାସୀ ଓ ଶରଣକୁଳ ଅଞ୍ଚଳର ସ୍ବେସ୍ଥାସେବୀମାନେ ଯୋଗ ଦେଇ ଥିଲେ।
