
ଶରଣକୁଳ ତା୦୧/୧୦(ସତ୍ୟନାରାୟଣ ମିଶ୍ର)ରାଜ୍ୟର ପ୍ରସିଦ୍ଧ ଶୈବ କ୍ଷେତ୍ର ଲକ୍ଷୁବାବାଙ୍କ ସଂହଦ୍ଵାର ସାମ୍ନାରେ ଠାକୁରଙ୍କ ଦୋଳ ବେଦୀ ଉପରେ ବଣିକ ସଂଘ ତରଫରୁ ଷଷ୍ଠୀ ଠାରୁ ଦୂର୍ଗାମେଢ଼ ଶୋଭା ବର୍ଦ୍ଧନ କରୁଛି। ଗତକାଲି ମହାସପ୍ତମୀ ଦିନ ମା ଦୂର୍ଗାଙ୍କ ଠାରେ ପ୍ରାଣ ପ୍ରତିଷ୍ଠା ହୋମ କାର୍ଯ୍ୟ ଉପରାନ୍ତେ ମାଆଙ୍କର ଚକ୍ଷୁ ଖୋଲା କାର୍ଯ୍ୟ ଲଡ଼ୁବାବାଙ୍କ ପରୀକ୍ଷା ତୋଷବନ୍ତ କରଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ଏଥିରେ ବଣିକ ସଂଘର ଉପସଭାପତି ରମେଶ ଚନ୍ଦ୍ର ମହାପାତ୍ର ଘୃତାହୂତୀ ପ୍ରଦାନ କରିଥିଲେ। ସମ୍ପାଦକ ନାରାୟଣ ସାହୁ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଆଜି ମହାଷ୍ଟମୀ ପୂଜା ନୈଷ୍ଠିକ ବ୍ରାହ୍ମଣ ମାନଙ୍କ ଦ୍ଵାରା କରାଯାଇଛି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ମାଆଙ୍କର ଆଳତୀ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଶରଣକୁଳରେ ଦଶହରା ଗହଳିକୁ ଦୃଷ୍ଟିରେ ରଖି ଶରଣକୁଳ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
