
ଗ୍ରୀନକ୍ଲବ ତରଫରୁ ଅକ୍ଟୋବର ୧ରେ ପରିବେଶ ପାଇଁ ଏକଘଣ୍ଟା
ଶରଣକୁଳ, ୨୯/୦୯(କୁମର ଚନ୍ଦ୍ର ବରାଡ଼) ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗାନ୍ଧୀ ଜୟନ୍ତୀ ପୂର୍ବରୁ ଏକ ମେଗା ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସମ୍ପାଦକ କୁମାର ଚନ୍ଦ୍ର ବରାଡ଼ କହିଛନ୍ତି। ଏହି କାର୍ଯ୍ୟକ୍ରମ ଅଧିନରେ ଗ୍ରାମର ପୁଷ୍କରିଣୀ ସଫେଇ କରାଯିବ। ଏଥି ପାଇଁ “ଏକ ଦିନ ଏକଘଣ୍ଟା ଏକ ସାଥିରେ” ସ୍ଲୋଗାନ ଦିଆ ଯାଇ ଆଜି ଗ୍ରାମ ପରିକ୍ରମା କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇ ପଥପ୍ରାନ୍ତ ସଭା କରାଯାଇଥିଲା। ଅକ୍ଟୋବର ୧ ତାରିଖ ସକାଳ ୭ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ କ୍ଳବର ସଭ୍ୟ ସଭ୍ୟା, ଗ୍ରାମବାସୀ ଓ ଶରଣକୁଳ ଅଞ୍ଚଳର ସ୍ବେସ୍ଥାସେବୀମାନେ ଯୋଗ ଦେବାକୁ ଆହ୍ଵାନ ଦିଆଯାଇଛି।
