
ଶରଣକୁଳ ୨୯/୦୯(ସତ୍ୟ ନାରାୟଣ ମିଶ୍ର ) ଶରଣକୁଳ ନିକଟବତ୍ତୀର୍ ଅସୁରଢ଼ିପା ଗ୍ରାମର ମୁଗପାଟଣା ସାହିର ୰କୁଂଜ ସ୍ବାଇଁଙ୍କର ଦ୍ଵିତୀୟ ପୁତ୍ର ଶଙ୍କର ସ୍ବାଇଁ(୭୫) ଆଜକୁ ପାଞ୍ଚ ଦିନ ହେଲା କେଉଁ ଆଡେ଼ ଚାଲିଯାଇଛନ୍ତି। ଘର ଲୋକ ବନ୍ଧୁବାନ୍ଧବଙ୍କ ସହ ଖୋଜି ଖୋଜି ନୟାନ୍ତ ହୋଇ ସାରିଲେଣି। ତାଙ୍କର ଟିକେ ମୁଣ୍ଡ ଦୋଷ ଥିଲା। ଶେଷରେ ନିରୁପାୟ ହୋଇ ତାଙ୍କ ଘରଲୋକେ ଶରଣକୁଳ ଥାନାରେ ଲିଖିତ ଭାବରେ ଜଣେଇଛନ୍ତି।
ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତେବେ ଶରଣକୁଳ ଥାନାକୁ ଜଣେଇବା ପାଇଁ ତାଙ୍କ ପରିବାରବର୍ଗ ଆକୁଳ ପ୍ରାର୍ଥନା କରିଛନ୍ତି।
