
ଶରଣକୁଳ,ତା୨୯।୦୯ (ଶ.ହି.)ଚଳିତ ପଚିତ୍ର ପାର୍ବଣ ଋତୁରେ ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ଓଡ଼ିଶା ପ୍ରସିଦ୍ଧ ଅନନ୍ୟ ଶୈବପୀଠ ଲଡୁବାବାଙ୍କ ମନ୍ଦିରରେ ପାର୍ଶ୍ଵଦେବୀ ରୂପେ ପୂଜିତା ମା’ ପାର୍ବତୀଙ୍କ ପୀଠରେ ପବିତ୍ର ଆଶ୍ୱିନ ମୂଳାଷ୍ଟାମୀରୁ ଆରମ୍ଭ ହୋଇଛି ଷୋଳଦିନାମୂକ ଚଣ୍ଡୀ ପାଠ ଓ ପୂଜା । ଏହି ପୂଜାରେ ଅବକାଶ, ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ, ଚଣ୍ଡୀପାଠ, ହୋମ ଷୋଡଶପଚାର ପୂଜା, ଅନ୍ନ, ବ୍ୟଞ୍ଜନ ରୋଗ ଇତ୍ୟାଦି ହୋଇଥାଏ। କିନ୍ତୁ ଶନିବାର ବିଧି ଅନୁସାରେ ପୀଠେ ଷଷ୍ଠୀ ପୂଜାରେ ମା’ଙ୍କ ନିକଟରେ ଲାଗି ହୋଇଛି ସ୍ବତନ୍ତ୍ର ଆମିଷ । ଏହି ଭୋଗରେ ମାଛରେ ପ୍ରସ୍ତୁତ ବ୍ୟଞ୍ଜନ ଲାଗି ହୋ ହୋଇଥାଏ । ଏହି ଆମିଷ ଆମିଷ ଭୋଗ ତିନି ଦିନ ଧରି ଲାଗି ହେବାର ବିଧୂ ରହିଛି । ଷୋଳଦିନାମୂକ ପ୍ରତ୍ୟହ ମା’ଙ୍କ ଭୋଗ ଲାଗି ହେବାପରେ ଲଡ଼ୁବାବା ଓ ଅନ୍ୟ ଠାକୁରଙ୍କ ନିକଟରେ ରୋଗ ଲାଗି ହୋଇଥାଏ। କିନ୍ତୁ ଏହି ତିନିଦିନ ଧରି ଯଥା ଷଷ୍ଠୀ, ସପ୍ତମୀ ଏବଂ ଅଷ୍ଟମୀ ତିଥିରେ ସମସ୍ତ ଦେବଦେବୀଙ୍କ ପହୁତ ହେଲାପରେ ମା’ଙ୍କ ନିକଟରେ ଆମିଷ ପୂଜା ହେବାର ପରମ୍ପରା ରହିଆସିଛି। ସେହି କ୍ରମରେ ଶନିବାର ଷଷ୍ଠୀ ପୂଜାରେ ସକାଳେ ଦୋଅଡ଼ ପର୍ବ ଆରମ୍ଭ ହୋଇ ବଲ୍ଲଭ ଭୋଗରେ ମୁଆଁ, ଉସୂତା, ଗୋପାଳ, ଖୁରୁମା ଆଦି ଲାଗି ହୋଇ ଚଣ୍ଡୀ ପାଠ ଶେଷରେ ପଣା ଭୋଗ ଲାଗି ହୋଇଥିଲା। ପରେ
ଶଙ୍ଖୁଡି ଭୋଗରେ କାନିକା, ଖେଚେଡ଼ି, ଖୁରି, ସାକେରି, ଖଟା, ଭଜା, ଆମ୍ବିକ ସହ ମନ୍ଦିରର ସମସ୍ତ ଦେବାଦେବୀଙ୍କ ଓ ଚାରିହାରର କବାଟ ବନ୍ଦ କରାଯାଇ ଆମିଷ ଭୋଗ ପ୍ରସ୍ତୁତି ପାଇଁ ଅନୁମତି ମିଳିଲା ପରେ ସ୍ବତନ୍ତ୍ର ଭାବେ ଆମିଷ ରୋଗ ପ୍ରସ୍ତୁତ ହୋଇ ମା’ ଙ୍କ ପର୍ବ ପୂଜକ ହିତିକୃଷ୍ଣ ମିଶ୍ରଙ୍କ ପରାମର୍ଶ ଅନୁଯାୟୀ ମା’ଙ୍କ ନିକଟରେ ଆମିଷ ଭୋଗ ଲାଗି ହୋଇ ଆଳତି କରାଯାଇ ପହୁଡ଼ ପକାଯାଇଥୁଲ । କିନ୍ତୁ ମହାଷ୍ଟମୀର ପ୍ରତନ୍ତ୍ର ସନ୍ଧି ପୂଜା ଅବସରରେ ନିଶାର୍ଦ୍ଧରେ ମା’ଙ୍କ ସମ୍ମୁଖ ଛାମୁଣ୍ଡିଆରେ ସ୍ବତନ୍ତ୍ର ଚୁଲିରେ ଆମିଷ ଭୋଗ ପ୍ରସ୍ତୁତ ହୋଇ ତୃପ୍ତି ନିମନ୍ତେ କ୍ଲଡ ଭୋଗ ଲାଗି କରାଯାଇ ଆଳତି ପରେ ପୂଜା ସମାପନ ହୋଇଥାଏ। ଏହି ଆମିଷ ଭୋଗର ପ୍ରଚଳନ ଓ ସତନ୍ତ୍ରବିଧୂବହୁ ପୁରାତନ କାଳରୁ ଚାଲି ଆସିଛି ବୋଲି ମନ୍ଦିର ପରିଚାଳକ ସୁଦ୍ଧାଷ ଚନ୍ଦ୍ର ବରାଡ଼ ପ୍ରକାଶ କରିଛନ୍ତି।
