
ଶରଣକୁଳ ତା ୨୯/୦୯(ଲୋକନାଥ ଦାଶ)ଅକ୍ଟୋବର ମାସ ଦୁଇ ତାରିଖ ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯିବା ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶରଣକୁଳ ନିକଟସ୍ଥ ବାଉଁଶିଆ ରଘୁନାଥପୁର ଶାସନରେ ଅବସ୍ଥିତ ଭିନ୍ନକ୍ଷମ ଓ ଅସହାୟ ମାନଙ୍କ ଅନୁଷ୍ଠାନ ‘ଆଶ୍ରୟ’ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏକ ସ୍ଵତନ୍ତ୍ର ରକ୍ତଦାନ ଶିବିରର ଅୟୋଜନ କରାଯିବ। ଆଶ୍ରୟ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ପୋୈରହିତ୍ୟରେ ଆଜି ଆଶ୍ରୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ରକ୍ତଦାତା ଯୋଗ ଦେଇ ରକ୍ତଦାନ କରିବା ନିମନ୍ତେ ଆହ୍ବାନ କରାଯାଇଥିଲା। ଆଜି ବୈଠକରେ ୫୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ କବି ପାଣ୍ଡବ ନାୟକ, ଗୌରୀ ଶଙ୍କର ମହାପାତ୍ର, ଭିକାରି ଚରଣ ସ୍ଵାଇଁ, ଅନୀଲ ପ୍ରଧାନ, ପ୍ରଫୁଲ ନାହାକ, ରାମଚନ୍ଦ୍ର ମହାରଣା, ଭାଗିରଥି ସାହୁ, ନିରଂଜନ ଜେନା ପ୍ରଭୁତି ପରିଚାଳନା କରିଥିଲେ। ଇଚ୍ଛୁକ ରକ୍ତଦାତା, ସ୍ବେଚ୍ଛାସେବୀ ଓ ସହଯୋଗୀ ସବିଶେଷ ବିବରଣୀ ନିମନ୍ତେ ୦୬୭୫୩-୨୫୭୩୨୧ ଓ ୯୩୩୮୦୦୪୩୨୧ ସହ ଯୋଗାଯୋଗ କରିବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି।
