
ଶରଣକୁଳ ତା୦୯/୧୦(ଶ ହି )ଅଷ୍ଟ୍ରେଲିଆ ଗସ୍ତରେ ଥିବା ୧୯ ବର୍ଷରୁ କମ୍ (ଯୁବ) ଭାରତୀୟ କ୍ରିକେଟ୍ ଦଳ ଇତିହାସ ରଚିଛି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତିଥିବା ଭାରତୀୟ ଦଳ ୨ ମ୍ୟାଚ୍ ବିଶିଷ୍ଟ ଯୁବ ଟେଷ୍ଟ୍ ଶୃଙ୍ଖଳାକୁ ୨-୦ରେ ଜିତି ମୂଳପୋଛ କରି ନେଇଛି। ପ୍ରଥମ ଟେଷ୍ଟ୍କୁ ପାଳି ଓ ୫୮ ରନ୍ରେ ଜିତିଥିବା ଆୟୁଷ ମହାତ୍ରେଙ୍କ ଦଳ ଦ୍ବିତୀୟ ଟେଷ୍ଟ୍କୁ ୭ ୱିକେଟ୍ରେ ଜିତି ନେଇଛି। ଫଳରେ ଏହି ୪ଦିନିଆ ମ୍ୟାଚ୍ ମାତ୍ର ୨ ଦିନ ମଧ୍ୟରେ ଶେଷ ହୋଇଯାଇଛି।
