
ଶରଣକୁଳ ତା୧୧/୧୦(ଶ.ହି.): ପ୍ରସିଦ୍ଧ ଲଡ଼ୁବାବା ପୀଠ ଶରଣକୁଳ ଠାରେ ଶରଣକୁଳ ଆଧ୍ୟାତ୍ମିକ ଜାଗରଣ ପରିଷଦ ତରଫରୁ ନବଦିନ ବ୍ୟାପୀ ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହେଉଛି। ଆଜି ନିକଟସ୍ଥ କୁସୁମୀ ନଦୀରୁ ନୂତନ କଳସୀରେ ଗ୍ରାମର ଏବଂ ନିକଟବତ୍ତୀର୍ ଗ୍ରାମମାନଙ୍କରୁ ପ୍ରାୟ ଦୁଇଶହ ମହିଳା ଓ ପୁରୁଷ ଉପବାସ ରହି କଳସରେ ଜଳ ନେଇ ଲଡ଼ୁବାବାଙ୍କ ସିଂହ ଦ୍ଵାରରେ ନିର୍ମିତ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ନିକଟବର୍ତ୍ତୀ ବ୍ରାହ୍ମଣ ଶାସନରୁ ନୈଷ୍ଠିକ ବ୍ରାହ୍ମଣମାନେ ଆସି ଆଜିର ଯଜ୍ଞରେ ବେଦପାଠ, ମନ୍ତ୍ରପାଠ ଏବଂ ଘୃତାହୂତି ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟ ପ୍ରତ୍ୟହ ଚାଲିବ। ରାତି ୭ଟାରୁ ପ୍ରତ୍ୟହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରେମାନନ୍ଦ ଦାସ ମହାରାଜ, ଅନ୍ତର୍ଯ୍ୟାମୀ ଦାସ ମହାରାଜ, ମନୋହରଦାସ ମହାରାଜ ଓ ଅଯୋଧ୍ୟା ଦାସ ମହାରାଜ ପର୍ଯ୍ୟାୟକ୍ରମେ ପ୍ରବଚନ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଆଜି ଉଦ୍ଘାଟନ ଦିବସରେ ମାନସ ମାହାତ୍ମ୍ୟ, ନାମ ଓ ସତସଙ୍ଗ ମହିମା, ଶିବ ପାର୍ବତୀ ବିବାହ ପ୍ରସଙ୍ଗ ଉପରେ ଉପରେ ବାବାଜୀ ପ୍ରେମାନନ୍ଦ ଦାସ ମହାରାଜ ମହାରାଜ ହୃଦୟସ୍ପର୍ଶୀ ପ୍ରବଚନ ପ୍ରଦାନ କରିଥିଲେ।
