
ଶରଣକୁଳ ତା୨୭/୦୯(ଆ.ପ୍ର)ଶରଣକୁଳ ନିକଟବର୍ତ୍ତୀ ଧୂଷୁମା ଗ୍ରାମରେ ଚଳିତ ମାସ ୨୩ ତାରିଖ ଠାରୁ ଗ୍ରାମରେ ଥିବା ଭାଗବତ ପାରାୟଣ ପ୍ରାଙ୍ଗଣରେ ସପ୍ତମ ଭାଗବତ ସପ୍ତାହ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଚଳିତ ମାସ ୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ନାମ ସଂକୀର୍ତ୍ତନ କରାଯାଉଛି। ୨୩ ତାରିଖ ପୂର୍ବାହ୍ନରେ ଶୁଭାଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ୟାସ ରୂପରେ ସନାତନ ଦାସ ମହାରାଜ ଏବଂ ମଞ୍ଚ ସଂଚାଳକ ରୂପେ ସତ୍ୟବାଦୀ ସ୍ବାଇଁ ଦାୟିତ୍ଵ ନିର୍ବାହ କରୁଛନ୍ତି।

ଗତକାଲିର ପ୍ରବକ୍ତା ପଣ୍ଡିତ ଗୋପାଳ ରାଜଗୁରୁ ଓ ପଣ୍ଡିତ ବୈକୁଣ୍ଡ ନାଥ ପ୍ରଧାନ ସୁନ୍ଦର ଭାବେ ‘ଗଜେନ୍ଦ୍ର ମୋକ୍ଷଣ ସଂବାଦ ଠାରୁ କୃଷ୍ଣ ଜନ୍ମ ପର୍ଯ୍ୟନ୍ତ ଉପାଖ୍ୟାନ’ ପରିବେଷଣ କରିଥିଲେ। ମୂଖ୍ୟ ଅତିଥି ଭାବେ ବିଭୁ ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ , ଅମୂଲ୍ୟ କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ ଓ ମଦନ ମୋହନ ବିଶୋଇ ଯୋଗ ଦେଇଥିଲେ। ଯଜମାନ କାର୍ଯ୍ୟ ତୁଲେଇଥିଲେ ପ୍ରଦୀପ୍ତ କୁମାର ବେହେରା। କାର୍ଯ୍ୟକ୍ରମକୁ ଧୁଷୁମା ଚାରଣ ଶାଖାର ଚାରଣ ଭିକାରୀ ସ୍ବାଇଁ, ନିରଂଜନ ସ୍ବାଇଁ, ଭିକାରୀ ଜେନା ଓ ଶ୍ରୀଧର ସ୍ବାଇଁ ସମେତ ଧୁଷୁମା ଗ୍ରାମବାସୀ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରୁଛନ୍ତି। ଆସନ୍ତା କାଲିର ପ୍ରବଚକ ଅଛନ୍ତି ବାବାଜୀ ଭଗବାନ ଦାସ ମହାରାଜ। ଶେଷରେ ଆଡ଼ଭୋକେଟ ରବି ନାରାୟଣ ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
